ଓସ୍କାର ବିଜେତା ‘ପାରାସାଇଟ୍‌’ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ଓସ୍କାର ଆୱାର୍ଡ ୱିନର ଚଳଚ୍ଚିତ୍ର ପରସାଇଟ୍ର ଅଭିନେତା ଲି ସନ୍ କ୍ୟୁନ୍। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ସେ ୪୮ ବର୍ଷ ବୟସରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।ସେ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟ ସେବନ କରୁଥିବା କୁହାଯାଉଥିବା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।ଦେଶର ଜରୁରିକାଳୀନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପ୍ରଶଂସକଙ୍କ ଅବଗତି ନିମନ୍ତେ କୁହାଯାଇଛି ଯେ, ସେଣ୍ଟ୍ରାଲ୍‌ ସିଓଲ ପାର୍କର ଏକ କାର୍‌ରେ ଲି ସୁନ୍‌ଙ୍କୁ ଅଚେତ ଅବସ୍ଥାରେ ପଡ଼ିରହିଥିବା ଦେଖାଯାଇଥିଲା।

ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅଭିନେତା ସୁଇସାଇଡ୍‌ ନୋଟ୍‌ ଲେଖି ଘରୁ ବାହାରିଥିବା ପୋଲିସକୁ ତାଙ୍କ ପତ୍ନୀ ଜଣାଇଥିଲେ। ଏଣୁ ପ୍ରାରମ୍ଭିକ ତଦନ୍ତରୁ ପୋଲିସ ଅଭିନେତା ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି।ଓସ୍କାର ବିଜେତା ଚଳଚ୍ଚିତ୍ର ପରଜାଇଟ୍ ବ୍ୟତୀତ ଏହି ଅଭିନେତା ସ୍ଲିପ୍‌, କଫି ପ୍ରିନ୍ସ ଏବଂ ହାର୍ଡ ଡେ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।