ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ

ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ

NPCI ର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାନୁଆରୀ ୧ ରୁ କିଛି ଲୋକଙ୍କ UPI ID ବନ୍ଦ ହେବାକୁ ଯାଉଛି । ଯେମିତି ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ପରି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ୧ ରୁ ବନ୍ଦ ହେବ । ଯାହା ଆପଣ ଗତ ଏକ ବର୍ଷ ମଧ୍ୟରେ ଯେଉଁ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ କରିନାହାନ୍ତି । ଡିସେମ୍ବର ୩୧ ପରେ ସମସ୍ତ କମ୍ପାନୀ ଏହିପରି ଆକାଉଣ୍ଟ…

ଭାରତ ବିଶ୍ୱକୁ ସବୁଠାରୁ ଶ୍ରେଷ୍ଠ ସେବା ଓ ସବୁଠାରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର କେନ୍ଦ୍ର ଭାବେ ଉଭାହେବ

ଭାରତ ବିଶ୍ୱକୁ ସବୁଠାରୁ ଶ୍ରେଷ୍ଠ ସେବା ଓ ସବୁଠାରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର କେନ୍ଦ୍ର ଭାବେ ଉଭାହେବ

ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ ଜିଓ ଆଇଆଇଟି,ବମ୍ବେ ସହ ମିଶି ‘ଭାରତ ଜିପିଟି’ ପ୍ରୋଗାମ ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି ବୋଲି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଆଇଆଇଟି,ବମ୍ବେର ବାର୍ଷିକ ଟେକ୍‌ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।ଏଆଇ ଅର୍ଥ ଆର୍ଟିଫିସିଆଲ ଇଂଟେଲିଜେନ୍ସ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଦେଶ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ପ୍ଲାଟଫର୍ମ ନିର୍ମାଣ ଦିଗରେ ଜିଓ କାର୍ଯ୍ୟ କରୁଥିବା ପ୍ରକାଶ…

ଡିଜନି ହଟଷ୍ଟାରକୁ କିଣିଲେ ମୁକେଶ ଅମ୍ବାନୀ

ଡିଜନି ହଟଷ୍ଟାରକୁ କିଣିଲେ ମୁକେଶ ଅମ୍ବାନୀ

ଆମେରିକୀୟ ମନୋରଞ୍ଜନ ଧର୍ମୀ କମ୍ପାନୀ ୱାଲ୍ଟ ଡିଜ୍‌ନୀ ଓ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟୀ ମଧ୍ୟରେ ବଡ଼ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସମସ୍ତ ବ୍ୟବସାୟକୁ ମିଶାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।ଏହି ଡିଲ୍ ପୁରଣ ହେବା ପରେ ରିଲାଏନ୍ସ ଭାରତର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପନୀ ହୋଇଯିବ। ରିଲାଏନ୍ସ ଏବଂ ୱାଲ୍ଟ ଡିଜନି ମଧ୍ୟରେ ଏକ ଅନ-ଅଫିସିଆଲ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପରେ ୱାଲ୍ଟ ଡିଜନିର ଭାରତୀୟ ବ୍ୟବସାୟର ୫୧ ପ୍ରତିଶତ…

ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଆଦାନି ଗ୍ରୁପ

ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଆଦାନି ଗ୍ରୁପ

ଭାରତୀୟ ଗଣମାଧୟମରେ ଗୌତମ ଆଦାନୀ ଗ୍ରୁପଙ୍କ ଭାଗିଦାରୀ ବଢିବା ଆରମ୍ଭ ହୋଇଛି। ଏନଡିଟିଭି ପରେ ଏହି ଗ୍ରୁପ ଏବେ ନ୍ୟୁଜ୍ ଏଜେନ୍ସୀ ଇଣ୍ଡୋ ଏସିଆନ ନ୍ୟୁଜ୍ ସର୍ଭିସ୍ (ଆଇଏଏନଏସ୍) ଇଣ୍ଡିଆ ପ୍ରାଇଭେଟ ଲିମିଟେଡଙ୍କ ବହୁମତ ଅଂଶିଦାରୀ ହାସଲ କରିନେଇଛନ୍ତି।ଗତ ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା।ତେବେ ଏହି ଚୁକ୍ତି ମାତ୍ର ୫.୧୦ ଲକ୍ଷ ଟଙ୍କାରେ ହୋଇଥିବା ସୂଚନା ମିଳିଛି। ଏହି ଅଧିଗ୍ରହଣ ପରେ କମ୍ପାନୀ ଏବେ ଆଦାନି ମିଡ଼ିଆ ଗ୍ରୁପ ଏଏମଏନଏଲର…

RBIଙ୍କ ବଡ଼ ନିଷ୍ପତ୍ତି: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

RBIଙ୍କ ବଡ଼ ନିଷ୍ପତ୍ତି: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ଦେଶରେ ୟୁପିଆଇ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଲଗାତାର ପ୍ରୟାସରତ ଅଛନ୍ତି। ଖାସ ଏହି କାରଣରୁ ଦେଶରେ ପ୍ରତିମାସରେ ୟୁପିଆଇ ଟ୍ରାଞ୍ଜାକ୍ସନ ହାର ବଢିବଢି ଚାଲିଛି। ତେବେ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ…

RBIର ମୁଦ୍ରା ନୀତି ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ

RBIର ମୁଦ୍ରା ନୀତି ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରା ନୀତି ଘୋଷଣା ହୋଇଛି । ପୂର୍ବ ଥର ପରି ଏଥର ବି ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ଆରବିଆଇ ଏମପିସି ବୈଠକରେ ପଞ୍ଚମ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥର ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଦ୍ବିମାସିକ ମୌଦ୍ରିକ ନୀତି ସମୀକ୍ଷା କରି କହିଛନ୍ତି, ଋଣସ୍ତର ବୃଦ୍ଧି, ଭୌଗୋଳିକ ରାଜନୈତିକ ତିକ୍ତତା ଏବଂ ଅତ୍ୟଧିକ ପାଗ ଯୋଗୁ ବିଶ୍ୱ ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ୨୦୨୩ ଜାରି କଲା ଫୋର୍ବ୍ସ, ରହିଛନ୍ତି ଏହି ଭାରତୀୟ ମହିଳା

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ୨୦୨୩ ଜାରି କଲା ଫୋର୍ବ୍ସ, ରହିଛନ୍ତି ଏହି ଭାରତୀୟ ମହିଳା

ଚଳିତ ବର୍ଷର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୪ ଭାରତୀୟଙ୍କୁ ସ୍ଥାନ ଦେଲେ ଫୋର୍ବ୍ସ ପତ୍ରିକା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଏବଂ ସଙ୍ଗୀତକାର ଟେଲର୍‌ ସୱିଫ୍ଟ ମଧ୍ୟ ସାମିଲ ଅଛନ୍ତି। ଏହି ତାଲିକାରେ ନାମିତ ଅନ୍ୟ ତିନିଜଣ ଭାରତୀୟ ମହିଳା ହେଉଛନ୍ତି ଏଚସିଏଲ ନିଗମର ଏସଇଓ ରୋଶନୀ ନାଦର ମାଲହୋତ୍ରା (୬୦ ତମ…

ପାର୍ଟ ଟାଇମ ଚାକିରି ନାମରେ ଠକେଇ: ୧୦୦ ଓ୍ବେବସାଇଟ ବ୍ଲକ୍‌ କଲା ଗୃହ ମନ୍ତ୍ରାଳୟ

ପାର୍ଟ ଟାଇମ ଚାକିରି ନାମରେ ଠକେଇ: ୧୦୦ ଓ୍ବେବସାଇଟ ବ୍ଲକ୍‌ କଲା ଗୃହ ମନ୍ତ୍ରାଳୟ

ଦିନକୁ ଦିନ ସାଇବର ଅପରାଧର ବଢୁଥିବା ବେଳେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ପାର୍ଟ ଟାଇମ ଚାକିରି ନାମରେ ଠକେଇ କରୁଥିବା ୧୦୦ ଟି ୱେବସାଇଟକୁ ସରକାର ଅବରୋଧ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛନ୍ତି।ଗୃହ ମନ୍ତ୍ରାଳୟ ଅନୁସାରେ ଏହି ୱେବସାଇଟ୍ ବିଦେଶୀ ମାଟିରୁ ପରିଚାଳନା ହେଉଥିଲା । ଏବଂ ଭାରତୀୟଙ୍କୁ ଠକିବା ପାଇଁ ସ୍ୱତନ୍ତ୍ର ରୂପେ ଏହାକୁ ଡିଜାଇନ କରାଯାଇଥିଲା । ଏହାର ବିଜ୍ଞାପନ ଡିଜିଟାଲ ପ୍ଲାଟ୍‌ଫର୍ମରେ ବିଭିନ୍ନ…

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ Nifty & Sensex

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ Nifty & Sensex

ସେନସେକ୍ସ ମଙ୍ଗଳବାର ୬୯,୩୮୧.୩୧ର ନୂଆ ଅଲଟାଇମ ହାଇ ସ୍ତରକୁ ପହଞ୍ଚି ଯାଇଛି। ପୂର୍ବାହ୍ନ ୧୧ଟା ବେଳେ କାରବାର ଆରମ୍ଭର ମାତ୍ର କିଛି ସମୟ ପରେ ଏହା ୪୬୭ ପଏଣ୍ଟ ବୃଦ୍ଧି ସହ ୬୯୩୩୨ ସ୍ତରରେ ଥିଲା। ଏହି ସମୟରେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ରେକର୍ଡ ୨୦୮୪୯ର ନୂଆ ଶିଖରରୁ ଫେରି ୧୫୦ ପଏଣ୍ଟ ବୃଦ୍ଧି ସହ ୨୦୮୩୭ ସ୍ତରରେ ଥିଲା। ଏହି ସମୟରେ ବ୍ୟାଙ୍କ ନିଫ୍ଟିରେ ୧.୫୨ ପ୍ରତିଶତ ବୃଦ୍ଧି ହୋଇଥିଲା।ନିଫ୍ଟିରେ ମଙ୍ଗଳବାର ଆଦାନୀ ଏଣ୍ଟରପ୍ରାଇଜ,…

କର୍ମଚାରୀଙ୍କ ଦରମାରେ ହେଉଛି ବିଳମ୍ବ, ଘର ବନ୍ଧା ରଖୁଛନ୍ତି ମାଲିକ

କର୍ମଚାରୀଙ୍କ ଦରମାରେ ହେଉଛି ବିଳମ୍ବ, ଘର ବନ୍ଧା ରଖୁଛନ୍ତି ମାଲିକ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନଲାଇନ ଶିକ୍ଷା ଦାନ କମ୍ପାନି ବାଇଜୁ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ କମ୍ପାନି ଏହାର କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ ହେଉଥିବା କୁହାଯାଉଛି।କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ ନିଜର ଘର ତଥା ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଘରକୁ ବନ୍ଧା ଦେଇ ଟଙ୍କା ଯୋଗାଡ଼ କରିଛନ୍ତି।ରିପୋର୍ଟ ଅନୁଯାୟୀ, ପରିବାର ନାମରେ ଥିବା ଦୁଇଟି ଘର ଏବଂ ଏପ୍ସିଲୋନରେ ନିର୍ମାଣଧୀନ ବଙ୍ଗଳା ୧୨ ମିଲିୟନ ଡଲାର ପାଇଁ ବନ୍ଧା…

ପାର୍ବଣ ଋତୁ ପରେ ବଜାର ଶୁନସାନ୍, ବେପାର ମାନ୍ଦା

ପାର୍ବଣ ଋତୁ ପରେ ବଜାର ଶୁନସାନ୍, ବେପାର ମାନ୍ଦା

ଦେଶରେ ସରିବାକୁ ଯାଉଛି ପାର୍ବଣ ଋତୁ। ନବରାତ୍ରରୁ ଆରମ୍ଭ ହୋଇଥିବା ପର୍ବପର୍ବାଣୀ ବଜାରରେ ଚଳଚଂଚଳ ଆଣିଦେଇଥିଲା। ଏହି ସମୟରେ ଲୋକଙ୍କ କିଣାକିଣି ଚାହିଦା ,ବ୍ୟବସାୟୀଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ଅଧିକରୁ ଅଧିକ ମାଲ ଆଣି ବଜାରରେ ଠୁଳ କରିଥିଲେ। ଯାହାକୁ ନେଇ ଏବେ ସେମାନେ ଚିନ୍ତାରେ ପଡିଛନ୍ତି। ଦିଓ୍ବାଲୀ ଶେଷ ଅର୍ଥାତ ପାର୍ବଣ ଋତୁ ଶେଷ ହୋଇଥିବାବେଳେ ଲୋକ ବଜାରରୁ ମୁହଁ ଫେରାଇ ନେଇଛନ୍ତି। ଏବେ ନିଜ ନିଜ ଦୋକାନରେ…

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଲା ଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଲା

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଲା ଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଲା

୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ । ୧୯ କିଲୋଗ୍ରାମ୍ କମର୍ସିଆଲ୍ ସିଲିଣ୍ଡର ଦମ୍ ବୃଦ୍ଧି ପାଇଛି ।୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଏହି ଦର ଲାଗୁ ହୋଇଛି । ଫଳରେ ରାଜଧାନୀ ଦିଲ୍ଲୀର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୧୭୯୬.୫୦ ଟଙ୍କା ଦେବାକୁ ପଡିବ, କିନ୍ତୁ ଗତ ମାସରେ ଏହା ସିଲିଣ୍ଡର ପିଛା ୧୭୭୫.୫୦ ଟଙ୍କା ଥିଲା।IOCL ଓ୍ବେବସାଇଟରେ…