ଡିପଫେକ ଭିଡିଓକୁ ନେଇ ଟେନସନରେ ନେତା

ଡିପଫେକ ଭିଡିଓକୁ ନେଇ ଟେନସନରେ ନେତା

ନିର୍ବାଚନ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ଆସିବା ପରେ ନେତାଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ ଯେ କାହାର ଫେକ୍ ଭିଡିଓ ଆସିବ କିଛି କହିହେବ ନାହିଁ ।ଭାଇରାଲ ହୋଇପାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ସାଇବର ଏକ୍ସପର୍ଟ ଓ NGO ସହ କମିଶନରେଟ ପୋଲିସର ବୈଠକ । ନେତାଙ୍କୁ ଘାରିଲାଣି ଡିପ ଫେକ ଭିଡିଓ ଚିନ୍ତା । ସାଇବର ଠକ ବା ଶତ୍ରୁପକ୍ଷ ବ୍ଲାକମେଲ ପରେ କରିପାରନ୍ତି ବଦନାମ ।…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନାରେ ସଂକ୍ରମିତ ।
|

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନାରେ ସଂକ୍ରମିତ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନାରେ ସଂକ୍ରମିତ ।ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ଆଜି ନିଜର ପରୀକ୍ଷା କରାଇବାକୁ ଯାଇଥିଲେ । ତେବେ ପରୀକ୍ଷା ହେବା ପରେ ତାଙ୍କ କୋଭିଡ ରିପୋର୍ଟ ପିଜିଟିଭ ଆସିଛି । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ମୁଁ ନିଜକୁ ନିଜେ ସଂଗରୋଧରେ ରଖିଛି । ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରୁଛି । ଆଗକୁ ଭର୍ଚୁଆଲ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି ।ସେ କୋଭିଡ ପିଜିଟିଭ୍ ଚିହ୍ନଟ ହେବା ପରେ…

ଅଯୋଧ୍ୟାରେ ବିମାନ ବନ୍ଦରର ହେଲା ନାମକରଣ

ଅଯୋଧ୍ୟାରେ ବିମାନ ବନ୍ଦରର ହେଲା ନାମକରଣ

ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରୁଛନ୍ତି । ତେବେ ଏହା ପୂର୍ବରୁ ଅଯୋଧ୍ୟା ରେଲୱେ ଷ୍ଟେସନକୁ ନୂଆ ରୂପ ଦିଆଯାଇଥିବା ବେଳେ ବିମାନ ବନ୍ଦର ଉଡାଣ ପାଇଁ ପ୍ରସ୍ତୁତ ଅଛି । ଉଦଘାଟନ ପୂର୍ବରୁ ଅଯୋଧ୍ୟା ବିମାନ ବନ୍ଦର ନାମକରଣ କରାଯାଇଛି । ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା…

ପିଏମ୍ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି ।

ପିଏମ୍ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍‌ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦୀଙ୍କ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଭିଡିଓଗୁଡିକ ଏବେ ସୁଦ୍ଧା ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁ ହାସଲ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ୟୁଟ୍ୟୁବ୍ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଓ କ୍ୱାଲିଟି ମାମଲାରେ ବି ରାଜନୀତିକ ନେତାଙ୍କୁ ପଛରେ ପକାଇଛନ୍ତି ।ଏକମାତ୍ର ନେତା ଭାବେ ନିଜର ବ୍ୟକ୍ତିଗତ ଚ୍ୟାନେଲରେ ସେ ସର୍ବାଧିକ ସବସ୍କ୍ରାଇବର୍ସ…

୩ ଅପରାଧିକ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

୩ ଅପରାଧିକ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।ବର୍ତ୍ତମାନ ଭାରତୀୟ ଦଣ୍ଡ ସଂହିତା (IPC)କୁ ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତାକୁ ସଂଶୋଧି ହୋଇଛି। ସେହିପରି ଦଣ୍ଡ ପ୍ରକ୍ରିୟା ସଂହିତା (CrPC)କୁ ଭାରତୀୟ ଭାରତୀୟ ନାଗରିକ (ଦ୍ୱିତୀୟ) ସଂହିତାକୁ ବଦଳିଛି। ସେହିପରି ଭାରତୀୟ ପ୍ରମାଣ ଅଧିନିୟମ ଭାରତୀୟ…

୨୦୨୪ରେ ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

୨୦୨୪ରେ ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି। ଆମେରିକାର କ୍ୟାପିଟାଲ ହିଲ ହିଂସାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଭୂମିକାକୁ ଦୃଷ୍ଟିରେ ରଖି କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।ଆମେରିକା ଇତିହାସରେ ଏହା ପ୍ରଥମ ଥର ପାଇଁ ୧୪ ତମ ସଂଶୋଧନର ଧାରା ୩ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା…

ଦାଉଦ୍‌କୁ ବିଷ ଦେବା ଖବର ମିଛ,ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ

ଦାଉଦ୍‌କୁ ବିଷ ଦେବା ଖବର ମିଛ,ଗୁଇନ୍ଦା ରିପୋର୍ଟରେ ଆସିଲା ଚମକାଇବା ଭଳି ତଥ୍ୟ

ଅଣ୍ଡର ଓ୍ବାଲ୍ଡ ଡନ ଦାଉଦ ଇବ୍ରାହିମ କରାଚିରେ ମେଡିକାଲରେ ଚିକତ୍ସିତ ହେଉଥିବା ଖବର ପ୍ରଚାର ହେବା ପରେ ବହୁ ତର୍କ ବିତର୍କ ଦେଖିବାକୁ ମିଳିଛି । ଦାଉଦର ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବାବେଳେ ଏଯାବତ ପାକିସ୍ତାନ ସରକାର ମାନିବାକୁ ନାରାଜ କି, ଦାଉଦ ପାକିସ୍ତାନରେ ଅଛି । କିନ୍ତୁ ଏହି ଦାବି ପଛରେ ସତ୍ୟତା କେହି ଜାଣି ନାହାଁନ୍ତି। ପାକିସ୍ତାନୀ ଖବରକାଗଜ ମଧ୍ୟ ଦାଉଦଙ୍କ ବିଷୟରେ କୌଣସି ବିଶେଷ କଭରେଜ ଦେଇନାହିଁ ।…

କୁଏତର ଅମିର ଶେଖ ନୱାଫଙ୍କ ନିଧନ,ଦୁଃଖ ପ୍ରକାଶ କଲେ ପିଏମ୍‌ ମୋଦୀ

କୁଏତର ଅମିର ଶେଖ ନୱାଫଙ୍କ ନିଧନ,ଦୁଃଖ ପ୍ରକାଶ କଲେ ପିଏମ୍‌ ମୋଦୀ

କୁଏତର ଅମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ଜାବେର ଅଲ ସବ୍ହାଙ୍କ ୮୬ ବର୍ଷ ବୟସରେ ପରଲୋକ। ଶନିବାର ଏନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି। ଏନେଇ କୁଏତରେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି। ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏହା ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଶେଖ ନୱାଫଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଅଟେ । ଏହି ଘଟଣାର ରାଜ ପରିବାର ଏବଂ କୁଏତର ଲୋକଙ୍କୁ ଆମେ ଗଭୀର ସମବେଦନା…

ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ

ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣତନ୍ତ୍ର ଦିବସ ଅବସରରେ ଭାରତ ଆସିବେ ନାହିଁ । ସରକାରଙ୍କ ଦ୍ୱାରା ତାଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯାଇଥିବା ଖବର ଆସିଥିଲା ।ଅପରପକ୍ଷରେ, ଯଦି ଉତ୍ସଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ୨୦୨୪ ଶେଷରେ ଭାରତରେ କ୍ୱାଡ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଏହି ସମ୍ମିଳନୀ ଜାନୁଆରୀ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ଥିଲା ।ସୂଚନା ଅନୁସାରେ ଭାରତ କ୍ୱାଡ୍ ସମ୍ମିଳନୀ ପାଇଁ ନୂଆ ତାରିଖ ଉପରେ…

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର ସମ୍ଭାବନା !

ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର ସମ୍ଭାବନା !

ଡିସେମ୍ବର ୨୪ ତାରିଖରେ ଓଡିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଅବସରରେ ପଶ୍ଚିମ ଓଡିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଜାନୁଆରୀ ମାସ ମଧ୍ୟରେ ଓଡିଶା ଆସି ପାରନ୍ତି। ହୁଏତ ଆଗାମୀ…

ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରାଧିକାରୀ ହେଲେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ

ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରାଧିକାରୀ ହେଲେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ

ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଉତ୍ତରାଧିକାରୀ ଭାବରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ରବିବାର ଲକ୍ଷ୍ନୌରେ ପାର୍ଟି ବୈଠକରେ ଏହି ଘୋଷଣା କରାଯାଇଛି। ଗତ କିଛି ବର୍ଷରୁ ଦଳକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମିଳୁଥିବା ପରାଜୟ ଫଳରେ ମାୟାବତୀ ନୂଆ ପୀଢ଼ୀଙ୍କୁ ଆଗକୁ ଆଣିବାକୁ ବିଚାର କରୁଥିଲେ। ନିକଟରେ ଆକାଶ ଆନନ୍ଦଙ୍କୁ ମଧ୍ୟପ୍ରଦେଶ, ତେଲେଙ୍ଗାନା,…

ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ।

ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ବାଜିଛି। ଜଣେ ଆଦିବାସୀ ଚେହେରା, କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସପ୍ତାହେ ଧରି ଚାଲିଆସୁଥିବା ଚର୍ଚ୍ଚାରେ ରହିଥିଲେ। ଯଦିଓ ବିଷ୍ଣୁ ଶୀର୍ଷ ସିଏମ୍‌ ପୋଷ୍ଟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଥିଲେ କିନ୍ତୁ ରମଣ ସିଂ ଏବଂ ରେଣୁକା ସିଂଙ୍କ ମଧ୍ୟରେ ଏକ ପ୍ରତିଯୋଗିତାରେ ସେ ଆଗଧାଡ଼ିର ବିବେଚିତ…