ଡିପଫେକ ଭିଡିଓକୁ ନେଇ ଟେନସନରେ ନେତା

ନିର୍ବାଚନ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ଆସିବା ପରେ ନେତାଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ ଯେ କାହାର ଫେକ୍ ଭିଡିଓ ଆସିବ କିଛି କହିହେବ ନାହିଁ ।ଭାଇରାଲ ହୋଇପାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ସାଇବର ଏକ୍ସପର୍ଟ ଓ NGO ସହ କମିଶନରେଟ ପୋଲିସର ବୈଠକ । ନେତାଙ୍କୁ ଘାରିଲାଣି ଡିପ ଫେକ ଭିଡିଓ ଚିନ୍ତା । ସାଇବର ଠକ ବା ଶତ୍ରୁପକ୍ଷ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ନିକଟ ଅତୀତରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଛି ।ତେବେ ଏଭଳି ସମ୍ଭାବନା ଥିବାରୁ ସାଇବର ଠକଙ୍କ ଉପରେ ନଜର ରଖିଛି କମିଶନରେଟ ପୁଲିସ ।

ଇଂଟରନେଟରେ ଲକ୍ଷ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ଥିବା ବେଳେ ବେଶ କିଛି ଦିନ ହେବ ପ୍ରତିଦିନ ଶତାଧିକ ଭିଡିଓ ଅପଲୋଡ କରୁଥିବା ନଜିର ରହିଛି । ଏମାନଙ୍କୁ ସାବାଡ କରିବା ପାଇଁ ଏନଜିଓ, ସାଇବର ଏକ୍ସପର୍ଟ, ୱାଇଆଇ ଭୁବନେଶ୍ୱର ଏବଂ ଟିମ ହରକୁ ନେଇ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଇବର ଠକଙ୍କ ଦ୍ୱାରା ଠକେଇର ଶିକାର ହେଲେ ପ୍ରଥମ ଏକ ଘଂଟା ବା ଗୋଲଡେନ ଆୱାର ଭିତରେ ଥାନାକୁ ନଯାଇ ମଧ୍ୟ ଚକ୍ଷୁ ଆପ ଜରିଆରେ ମାମଲା ରୁଜୁ କରିପାରିବେ ଅଭିଯୋଗକାରୀ ।