୩ ଅପରାଧିକ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।ବର୍ତ୍ତମାନ ଭାରତୀୟ ଦଣ୍ଡ ସଂହିତା (IPC)କୁ ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତାକୁ ସଂଶୋଧି ହୋଇଛି। ସେହିପରି ଦଣ୍ଡ ପ୍ରକ୍ରିୟା ସଂହିତା (CrPC)କୁ ଭାରତୀୟ ଭାରତୀୟ ନାଗରିକ (ଦ୍ୱିତୀୟ) ସଂହିତାକୁ ବଦଳିଛି। ସେହିପରି ଭାରତୀୟ ପ୍ରମାଣ ଅଧିନିୟମ ଭାରତୀୟ ସାକ୍ଷ୍ୟ(ଦ୍ୱିତୀୟ)କୁ ସଂଶୋଧନ କରାଯାଇଛି।

ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇଥିଲା ଏହି ୩ଟି ବିଲ୍।ବିଲ୍‌ଗୁଡ଼ିକୁ ପ୍ରଶଂସା କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନୂଆ ଯୁଗର ଆରମ୍ଭ ହୋଇଥିବା କହିଥିଲେ। ଭାରତର ନାଗରିକଙ୍କୁ ସମୟସୀମା ମଧ୍ୟରେ ନ୍ୟାୟ ଦେବା ଲକ୍ଷ୍ୟରେ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ଦେବା ନିମନ୍ତେ ଉପରୋକ୍ତ ୩ ବିଲ୍‌ ଅଣାଯାଇଥିବା ଶାହା କହିଥିଲେ।