୨୦୨୪ରେ ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି। ଆମେରିକାର କ୍ୟାପିଟାଲ ହିଲ ହିଂସାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଭୂମିକାକୁ ଦୃଷ୍ଟିରେ ରଖି କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।ଆମେରିକା ଇତିହାସରେ ଏହା ପ୍ରଥମ ଥର ପାଇଁ ୧୪ ତମ ସଂଶୋଧନର ଧାରା ୩ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବ୍ୟବହୃତ ହୋଇଛି। କଲରାଡୋ ହାଇକୋର୍ଟ ଏହାର ୪-୩ ସଂଖ୍ୟାଗରିଷ୍ଠ ନିଷ୍ପତ୍ତିରେ କହିଛନ୍ତି ଯେ ଅଧିକାଂଶ ଅଦାଲତ ବିଶ୍ୱାସ କରନ୍ତି ଯେ ଟ୍ରମ୍ପ ୧୪ ତମ ସଂଶୋଧନର ଧାରା ୩ ଅନୁଯାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗ୍ରହଣ କରିବାକୁ ଅଯୋଗ୍ୟ।ଆମେରିକାର ଇତିହାସରେ ଏହା ପ୍ରଥମ ଥର ପାଇଁ ହ୍ଵାଇଟ୍‌ ହାଉସର ରେସ୍‌ରେ ଯୋଗଦେବା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଯୋଗ୍ୟ କରାଯାଇଛି। ହେଲେ ଏହି ନିଷ୍ପତ୍ତି କୋଲରଡୋର ମାର୍ଚ୍ଚ ୫ ରିପବ୍ଲିକାନ୍ ପ୍ରାଥମିକ ପାଇଁ ପ୍ରଯୁଜ୍ୟ।

ଏହା ବ୍ୟତୀତ ନଭେମ୍ବର ୫ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିପାରେ ।ତେବେ କୋଲୋରାଡୋ କୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ବାରସ୍ଥ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ। ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ। ମାତ୍ର ସେ ନିଜ ପରାଜୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ୨୦୨୧ ଜାନୁୟାରୀରେ ଆମେରିକାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।