ପିଏମ୍ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍‌ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦୀଙ୍କ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଭିଡିଓଗୁଡିକ ଏବେ ସୁଦ୍ଧା ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁ ହାସଲ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ୟୁଟ୍ୟୁବ୍ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଓ କ୍ୱାଲିଟି ମାମଲାରେ ବି ରାଜନୀତିକ ନେତାଙ୍କୁ ପଛରେ ପକାଇଛନ୍ତି ।ଏକମାତ୍ର ନେତା ଭାବେ ନିଜର ବ୍ୟକ୍ତିଗତ ଚ୍ୟାନେଲରେ ସେ ସର୍ବାଧିକ ସବସ୍କ୍ରାଇବର୍ସ ହାସଲ କରିବାର ଗୌରବ ହାସଲ କରିଛନ୍ତି।

ତାଙ୍କୁ ବାଦ ଦେଲେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲ୍ସନୋରା ଅଛନ୍ତି, ଯାହାଙ୍କ ସବସ୍କ୍ରାଇବର୍ସ ସଂଖ୍ୟା ରହିଛି ୬୪ ଲକ୍ଷ। ତାଙ୍କ ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କି ୧.୧ ମିଲିୟନ ସବସ୍କ୍ରାଇବର୍ସ ସହ ପଛରେ ରହିଛନ୍ତି। ତେବେ ମୋଦିଙ୍କ ଏହି ଉପଲବ୍ଧି ଦେଶ ତଥା ବିଦେଶରେ ତାଙ୍କର ରାଜନୈତିକ ପ୍ରଭାବକୁ ଦର୍ଶାଉଥିବା କୁହାଯାଉଛି।କିଛି ମାସ ପୂର୍ବେ ପିଏମ୍ ମୋଦୀ YouTube Fanfest Indiaକୁ ସମ୍ୱୋଧିତ କରି କହିଥିଲେ ଯେ ସେ ନିଜେ ଜଣେ ୟୁଟ୍ୟୁବର ।