ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନାରେ ସଂକ୍ରମିତ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କରୋନାରେ ସଂକ୍ରମିତ ।ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ଆଜି ନିଜର ପରୀକ୍ଷା କରାଇବାକୁ ଯାଇଥିଲେ । ତେବେ ପରୀକ୍ଷା ହେବା ପରେ ତାଙ୍କ କୋଭିଡ ରିପୋର୍ଟ ପିଜିଟିଭ ଆସିଛି । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ମୁଁ ନିଜକୁ ନିଜେ ସଂଗରୋଧରେ ରଖିଛି । ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରୁଛି । ଆଗକୁ ଭର୍ଚୁଆଲ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି ।ସେ କୋଭିଡ ପିଜିଟିଭ୍ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିଥିବା ସ୍ପଷ୍ଟ କରିଛନ୍ତି ।ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ବିଷୟରେ ସୂଚନା ପାଇବା ପରେ ଭଜନଲାଲ ଶର୍ମାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ ।