ଖ୍ରୀଷ୍ଟମାସ୍‌ ସେଲିବ୍ରେସନ୍‌ ପରେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋରିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି। ଅଭିନେତା ଲି ସୁନ କ୍ୟୁନଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ବୋନି ଲାଇ ସୁକ ୟିନ ମଧ୍ୟ ଚିରକାଳ ପାଇଁ ବିଦାୟ ଦେଇଛନ୍ତି।ଅଭିନେତ୍ରୀ ବୋନି ଲାଇ ସୁକ୍ ୟିନଙ୍କର ଦେହାନ୍ତ ହୋଇଛି। ସେ ନିଜ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିବାର ଗୋଟିଏ ଦିନ ପରେ ଡିସେମ୍ବର ୨୬ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ପୂର୍ବତନ ସ୍ୱାମୀ କେନେଥ ଲୋ ନିଶ୍ଚିତ କରିଥିବା ଜଣାଯାଇଛି। ଖବର ଅନୁଯାୟୀ, ବୋନି କୋଇଲା ଜାଳିବା ପରେ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପ୍ରାଥମିକ ଅନୁସନ୍ଧାନରେ ପୋଲିସ ଏବଂ ଡାକ୍ତରମାନେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ଘୋଷଣା କରିଛନ୍ତି। ଏହି ଖବରରେ ଅଭିନେତ୍ରୀଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।