ଜୟପୁରରେ ପାଣ୍ଡିଆନଙ୍କ ରୋଡ୍ ସୋ’ ।

ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି। ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି । ଜୟପୁରର ଦଶହରା ପଡିଆରେ ଆୟୋଜିତ ସମାବେଶରେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।

ଜୟପୁରର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଛନ୍ତି ବୋଲି କହିଛନ୍ତି ଭି.କେ.ପାଣ୍ଡିଆନ ।ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ତ ଆଉ କିଏ ସେଲ୍ଫି ଟିଏ ନେବାକୁ ଅପେକ୍ଷା କରିଥିଲା। ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀଙ୍କୁ ଅନୁରୋଧ କରିଛନ୍ତି ।