‘ଜୟ ମାତା ଦି’ କହିଲେ ରଣବୀର, ଥାନାରେ ମାମଲା

ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ରଣବୀର କପୁର । ବର୍ତ୍ତମାନ ତାଙ୍କୁ ନେଇ ଆଲୋଚନା ହେଉଛି । ସେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଖ୍ରୀଷ୍ଟମାସ ସେଲିବ୍ରେସନ୍‌ କରୁଥିବା ବେଳେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ସୂଚନା ଯୋଗ୍ୟ ‘କ୍ରିସମାସ’ ଅବସରରେ କେକ୍‌ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା ପରିବାର ନାମରେ ମାମଲା ରୁଜୁ ହୋଇଛି। ସେ ଏଭଳି କରି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆହତ କରିଥିବା କୁହାଯାଇଛି।

ଭାରତୀୟ ଦଣ୍ଡବିଧାନ ଧାରା ୨୯୫,୫୦୯, ୩୪ ଅନୁଯାୟୀ ରଣବୀର ଏବଂ ତାଙ୍କ କପୁର ପରିବାର ଉପରେ ସନାତନ ଧର୍ମର ଭାବନାକୁ ଆହତ କରିବା ନେଇ ମାମଲା ରୁଜୁ ହୋଇଛି। ସଞ୍ଜୟ ଦୀନାନାଥ ତିଓ୍ବାରୀ ନାମକ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଏହି କେସ୍‌ ରେଜିଷ୍ଟର କରିଛନ୍ତି। ମଦକୁ ଜଳାଇବା ସମୟରେ ନାରା ଦେଇ ସେ ହିନ୍ଦୁ ଧର୍ମ ଏବଂ ଦେବୀଦେବତାଙ୍କ ଅପମାନ କରିଥିବା ସେ କହିଛନ୍ତି।