ପରଲୋକରେ ଅଭିନେତା-ରାଜନେତା ତଥା ଡିଏମଡିକେ ମୁଖ୍ୟ କ୍ୟାପଟେନ ବିଜୟକାନ୍ତ

ପରଲୋକରେ ଅଭିନେତା-ରାଜନେତା ତଥା ଡିଏମଡିକେ ମୁଖ୍ୟ କ୍ୟାପଟେନ ବିଜୟକାନ୍ତ । ପାର୍ଟି ପକ୍ଷରୁ କୁହାଯାଇଛି, କିଛିଦିନ ତଳେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁପରେ ଡାକ୍ତରଖାନା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

ବିଜୟକାନ୍ତ ୨୦୦୫ର ଦେଶିଆ ମୁରପକ୍କୁ ଦ୍ରାବିଡ କାଜଗାମ ପାର୍ଟି ଗଠନ କରିଥିଲେ। ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁର ଡିଏମଡିକେ ମୁଖ୍ୟ ବିରୋଧୀ ଦଳ ଥିଲା ଏବଂ ବିଜୟକାନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟକାନ୍ତି । ଚଳଚ୍ଚିତ୍ର ପରେ ସେ ରାଜନୀତି ଜଗତରେ ଏଣ୍ଟ୍ରି କରିଥିଲେ । ସେ DMDK ପାର୍ଟି ପ୍ରତିଷ୍ଠା କରିଥିଲେ । ରୁଧଚାଲମ୍ ଏବଂ ଋଷିଭାଣ୍ଡିଆମ୍ ଭଳି ବିଧାନସଭା କ୍ଷେତ୍ରରୁ ଦୁଇଥର ବିଧାନସଭା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।