ପ୍ରଣବ ପ୍ରକାଶଙ୍କ ମା’ଙ୍କୁ ପ୍ରାର୍ଥୀ କଲା ବିଜେଡି ।

ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କୋରେଇରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେବେ ଅନେକଙ୍କ ପାଇଁ ଅଜଣା ଓ ଅଚିହ୍ନା ଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ହିଁ ସନ୍ଧ୍ୟାରାଣୀଙ୍କ ପରିଚୟ ସାମ୍ନାକୁ ଆସିଥିଲା ।

ତେବେ ପୂର୍ବରୁ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି କୋରେଇରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ବ୍ୟତୀତ ପ୍ରଣବ ପ୍ରକାଶ ଦାସଙ୍କ ସାନଭାଇ ଏଠାରୁ ଟିକେଟ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସମସ୍ତ ଆକଳନକୁ ଭୁଲ ପ୍ରାମାନ୍ତ କରି ବିଜେଡି ଏଠାରେ ବଡ଼ ଚାଲ ଚଳାଇଛି। ସନ୍ଧ୍ୟାରାଣୀଙ୍କ ଅନ୍ୟ ଏକ ପରିଚୟ ହେଲା, ଓଡ଼ିଶା ରାଜନୀତିର ଟାଣୁଆ ଦିବଙ୍ଗତ ଅଶୋକ ଦାସଙ୍କ ପତ୍ନୀ । ତେବେ ହଠାତ୍ କୋରେଇ ଆସନରୁ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପଛର କାରଣ କଣ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।