ବିଜେଡିର ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ

ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ ବିଜେଡି ପ୍ରାର୍ଥୀ ଦେଇଛି। ନୀଳଗିରି ବିଧାନସଭା ଆସନରୁ ସୁକାନ୍ତ କୁମାର ନାୟକ ପ୍ରାର୍ଥୀ ହୋଇଥିବା ବେଳେ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ ଦାସ।

ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ। ଦେବଗଡ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ। ଏଠାରେ ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡି।