ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ

ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ସମ୍ୱଲପୁରରୁ ଧର୍ମେନ୍ଦ୍ର, ଭୁବନେଶ୍ୱରରୁ ଅପରାଜିତା-ମନ୍ମଥ ଓ ପୁରୀରୁ ଅରୁପ ଦାଖଲ କରିବେ ପ୍ରାର୍ଥୀପତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ।

ମା ସମଲେଇଙ୍କ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ମନ୍ମଥ ନାମାଙ୍କନ ଭରିବାକୁ ଯାଇଛନ୍ତି।ନାମାଙ୍କନ ବେଳେ ଶକ୍ତି ପଦର୍ଶନ ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି ।