ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା।

ବଲିଉଡ୍‌ ଡାନ୍ସିଂ ହିରୋ ଗୋବିନ୍ଦା ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ଜୋର ଥିଲା । ଗୁରୁବାର(୨୮ ମାର୍ଚ୍ଚ) ସକାଳେ ସେ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ । ଗୋବିନ୍ଦା ସିନ୍ଦେଙ୍କ ଶିବସେନାରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଚର୍ଚ୍ଚାର ଅନ୍ତ ଘଟିଛି |ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି।

୨୦୦୪ରେ କଂଗ୍ରେସ ଟିକେଟ୍‌ରେ ମୁମ୍ବାଇରୁ ଏମ୍‌ପି ହୋଇଥିଲେ।ମିଡିଆ ରିପୋର୍ଟ ଅନୁସାରେ, ଗୋବିନ୍ଦା ସିନ୍ଦେ ଶିବସେନା ଟିକେଟ୍‌ରେ ଉତ୍ତର-ପଶ୍ଚିମ ମୁମ୍ବାଇ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରେ ତାଙ୍କର ମୁକାବିଲା ଉଦ୍ଧଭ ଶିବସେନା ପ୍ରାର୍ଥୀ ଅମୋଲ କିର୍ତ୍ତିକରଙ୍କର ସହ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।