ସଲମାନ୍ ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି।

ସଲମାନ୍ ଖାଁନ ନ୍କ ୫୮ ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜେ ସଂଘର୍ଷ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି। ସଲମାନ୍ ନିଜ ବାପା-ମାଙ୍କୁ ଖୁବ୍ ଭଲ ପାଆନ୍ତି। ଆଉ ସେ ଆଜି ବି ତାଙ୍କ ପାଖରେ ହିଁ ରୁହନ୍ତି। ହେଲେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଦବଙ୍ଗ୍ ଖାନଙ୍କର ପ୍ରଥମ ରୋଜଗାର ୧୦୦ ଟଙ୍କାରୁ ବି କମ୍। ଏହି ଅବସରରେ ସେ ପରିବାର, ପ୍ରଶଂସକ ଏବଂ ବଲିଉଡର ସମସ୍ତ ସେଲିବ୍ରିଟିଙ୍କ ତରଫରୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ମଙ୍ଗଳବାର ରାତିରେ ଭାଇଜାନ ତାଙ୍କ ଭଣଜା, ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ତାଙ୍କ ଜନ୍ମଦିନ ପାଳନ ମନାଇଛନ୍ତି। ବର୍ତ୍ତମାନ ସଲମାନଙ୍କ ଜନ୍ମଦିନ ଉତ୍ସବର ଭିତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବଲିଉଡର ସୁଲତାନ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ତାଙ୍କର ବିଶେଷ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି। ୧୯୮୮ ମସହାରେ ସେ ‘ବିୱି ହୋ ତୋ ଏସି’ ଫିଲ୍ମ ଜରିଆରେ କରିଥିଲେ ଡେବ୍ୟୁ।

ହେଲେ ଫିଲ୍ମ ‘ମେନେ ପ୍ୟାର କିୟା’, ‘ସାଜନ’ , ‘ହମ୍ ଆପକେ ହୈ କୌନ୍’, ‘କରଣ-ଅର୍ଜୁନ୍’, ‘ଜୁଡୱା’, ‘ପ୍ୟାର କିୟା ତୋ ଡରନା କିୟା’,‘ଦବଙ୍ଗ୍’ , ‘ବଡ଼ିଗାର୍ଡ’,’ଏକଥା ଟାଇଗର’, ‘ବଜରଙ୍ଗୀ ଭାଇଜାନ୍’ ଭଳି ସେ ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ। ସଲମାନ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସେଟ୍ କରିଥିଲେ।