ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି

ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ୍‌ ଦେଇଛି। ଯିଏ ଦିନେ ରୋଗୀ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ସେ ଲୋକଙ୍କ ସେବା କରିବାକୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।ଅନ୍ୟପଟେ, ବାରବାଟୀ କଟକରୁ ଶାସକ ଦଳ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି। ଯିଏ ପୂର୍ବରୁ କଟକ ଜିଲା ଭାଜପା ସଭାପତି ଥିଲେ। ସେହିପରି କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋଶଙ୍କୁ ଟିକେଟ୍‌ ମିଳିଛି। ତେବେ ବାରବାଟୀ କଟକରୁ ୩ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଜୋରଦାର ଲଢେଇ ଆଶା କରାଯାଉଛି।

ଓଲିଉଡ ଅଭିନେତା ଅନୁଭବ ମହାନ୍ତି ନିକଟରେ ବିଜେପିରେ ସାମିଲ ହୋଇଥିଲେ । ତେବେ ଦଳ ତାଙ୍କୁ ବାରବାଟୀ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ସେହିପରି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଭର୍ତ୍ତୃହରି ମହତାବ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରିଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିଲା ।