ସ୍ଵାମୀ ଠାରୁ ଅଲଗା ହେଲେଇଶା କୋପିକର

ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଜଣାଶୁଣା ଈଶା କୋପିକର। ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଈଶା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହର ୧୪ ବର୍ଷ ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି। ଇଶା ଏବଂ ଟିମି ନଭେମ୍ବରରେ ନିଜେ ଛାଡପତ୍ର ନେଇଥିଲେ। ଇଶା ୯ ବର୍ଷର ଝିଅ ସହ ସ୍ବାମୀଙ୍କ ଘର ଛାଡିଛନ୍ତି। ଇଶା ଏବଂ ଟିମି କିଛି ଦିନ ପୂର୍ବରୁ ଝଗଡା କାରଣରୁ ଅଲଗା ରହୁଥିଲେ।

ଯଦିଓ ଅଲଗା ହେବା ପୂର୍ବରୁ ଉଭୟ ନିଜ ବିବାହକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇ ନ ଥିଲେ। ତେଣୁ ବର୍ତ୍ତମାନ ଇଶା ଛାଡପତ୍ର ନିଷ୍ପତ୍ତି ନେଇଛନ୍ତି।‘କ୍ରିଷ୍ଣା କଟେଜ୍’, ‘ଡନ୍’, ‘କ୍ୟା କୁଲ୍ ହେ ହମ୍’, ‘ଫିଜା’, ‘ଏଲଓସି କାର୍ଗିଲ୍’, ‘୩୬ଚାଇନା ଟାଉନ୍’ ଭଳି ଚଳଚ୍ଚିତ୍ରରେ ଥିବା ତାଙ୍କର ଚରିତ୍ର ଦର୍ଶକଙ୍କ ମନ କିଣିଥିଲା। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବ୍ୟତୀତ ଈଶା ତେଲୁଗୁ ଏବଂ ମରାଠୀ ଓ ଅନେକ ଆଞ୍ଚଳିକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ୨୦୧୯ରେ, ସେ ବିଜେପି ସହ ଯୋଡି ହୋଇ ରାଜନୀତିରେ ଯୋଗ ଦେଇଥିଲେ।