ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ହିନା ଖାନ୍‌

ଟେଲି ଅଭିନେତ୍ରୀ ହିନା ଖାନ ଏବେ ଅସୁସ୍ଥ ହୋଇ ପଡିଛନ୍ତି । ଏଥିପାଇଁ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ହିନା କହିଥିଲେ ଯେ ତାଙ୍କର ହାଇ ଫିଭର ଥିଲା, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏହା ସହିତ ପ୍ରଶଂସକମାନଙ୍କୁ ହେଲଥ ଅପଡେଟ ଦେଉଥିବାବେଳେ ହିନା କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହେବେ।ସୂଚନାଯୋଗ୍ୟ, ଶୋ ୟେ ରିସ୍ତା କି୍ୟା କେହଲତା ହୈରୁ ହିନା ଫେମ୍‌ ହାସଲ କରିଥିଲା। ଏହି ଶୋ ପରେ ତାଙ୍କୁ ବିଗ ବସରେ ଦେଖିବାକୁ ମିଳିଥିଲା।

ସେଠାରୁ ତାଙ୍କ ଫ୍ୟାଶନ ସେନ୍ସ ମଧ୍ୟ ଚର୍ଚ୍ଚାରେ ଥିଲା। ବିଗ ବସ ପରେ ହିନାଙ୍କୁ ନାଗିନ ସିରିଜରେ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ବଲିଉଡରେ ମଧ୍ୟ ଡେବ୍ୟୁ କରିଛନ୍ତି। ବିକ୍ରମ ଭଟ୍ଟଙ୍କ ଫିଲ୍ମ ହ୍ୟାକଡରେ ଦେଖିବାକୁ ମିଳିଥିଲା।