୧ କେଜି ସୁନା ଏବଂ ୭ କିଲୋ ରୁପାରେ ତିଆରି ରାମ ମନ୍ଦିରର କଠଉ

ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଉଦ୍‌ଘାଟନକୁ ଆଉ କିଛି ଦିନ ଥିବାବେଳେ ରାମଲଲାଙ୍କୁ ଦେଖିବା ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା।ରାମ ମନ୍ଦିରରେ ରହିବାକୁ ଥିବା ରାମଙ୍କ ପାଦୁକା ଏକ କେଜି ସୁନା ଏବଂ ୭ କିଲୋ ରୁପାରେ ନିର୍ମାଣ କରାଯାଇଛି ।ଏହା ବ୍ୟତୀତ ପାଦୁକାରେ ବହୁମୂଲ୍ୟ ରତ୍ନ ମଧ୍ୟ ଲଗାଯାଇଛି। ଯାହାକି ଏବେ ସାରା ଦେଶରେ ଭ୍ରମଣ କରାଯାଉଛି । ଜାନୁୟାରୀ ୧୯ ତାରିଖରେ ଏହା ଅଯୋଧ୍ୟାରେ ପହଞ୍ଚିବ।ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଜାନୁଆରୀ ୧୬ ଠାରୁ ପ୍ରାଣ-ପ୍ରତିଷ୍ଠା ସମାରୋହ ଉତ୍ସବ ଆରମ୍ଭ ହୋଇଯିବ।

ତେବେ ଏହି ମୂଲବାନ ପାଦୁକାଟି ହାଇଦ୍ରାବାଦର ଶ୍ରୀଚାଲା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି । ଗତ ରବିବାର ଏହି ପାଦୁକା ରାମେଶ୍ବର ଧାମରୁ ଅହମ୍ମଦାବାଦ ଅଣାଯାଇଥିଲା । ପ୍ରଥମେ ଏହି ପାଦୁକାକୁ ତିରୁପତିଙ୍କ ମନ୍ଦିରକୁ ନିଆଯାଇଥିବାବେଳେ ଏହାପରେ ଦ୍ବାରିକା ଏବଂ ବଦ୍ରିନାଥ ଧାମକୁ ନିଆଯିବ । ଶ୍ରୀରାମଙ୍କ ଏହି ମୂଲ୍ୟବାନ ପାଦୁକା ଦେଖିବା ପାଇଁ ଭକ୍ତମାନେ ଚାହିଁ ରହିଛନ୍ତି ।